ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦୫୧୧, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୪୯

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୧୦ ହଜାର ୫୧୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୪୯ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୭୩ହଜାର ୯୦୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୦୦୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୬୧୬, ଜଗତସିଂହପୁରରୁ ୩୪୨, ବାଲେଶ୍ୱରରୁ ୨୮୬, ଯାଜପୁରରୁ ୨୩୧, ବଲାଙ୍ଗୀରରୁ ୨୧୪, ନବରଂଗପୁରରୁ ୨୧୨, ନୟାଗଡ଼ରୁ ୨୦୧ ଓ ସମ୍ବଲପୁରରୁ ୧୮୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ରାୟଗଡ଼ାରୁ ୧୭୯, ବୌଦ୍ଧରୁ ୧୭୮, ଅନୁଗୁଳ, ଗଜପତି, କୋରାପୁଟରୁ ୧୬୦, ଭଦ୍ରକରୁ ୧୫୪, ମୟୂରଭଂଜରୁ ୧୫୨, ପୁରୀରୁ ୧୩୯, କେନ୍ଦ୍ରାପଡ଼ାରୁ ୧୩୪, କେନ୍ଦୁଝରରୁ ୧୩୩, ବରଗଡ଼ରୁ ୧୨୫, କନ୍ଧମାଳରୁ ୧୦୦, ଝାରସୁଗୁଡ଼ାରୁ ୮୬, ଢେଙ୍କାନାଳରୁ ୮୧, ଗଂଜାମରୁ ୭୬, ସୁବର୍ଣ୍ଣପୁରରୁ ୬୮, ନୂଆପଡ଼ାରୁ ୬୬, ମାଲକାନଗିରିରୁ ୫୪, ଦେବଗଡ଼ରୁ ୪୨ ଓ ରାଜ୍ୟପୁଲରୁ ୮୩୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୫୦୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର