କମୁଛି କରୋନା: ରାଜ୍ୟରେ ଆଜି ସୁସ୍ଥ ହେଲେ ୧୦୮୪୧, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୩୨

ଭୁବନେଶ୍ୱର: ଲଗାତାର ୩ୟ ଦିନରେ କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୧୦ ହଜାର ୮୪୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୩୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୨୧ହଜାର ୬୦୮ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୪୪୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୮୦୧, ସମ୍ବଲପୁରରୁ ୩୮୬, ମୟୂରଭଂଜରୁ ୩୮୬, ବାଲେଶ୍ୱରରୁ ୩୪୨, ନୟାଗଡ଼ରୁ ୩୦୭, ବଲାଙ୍ଗୀରରୁ ୨୯୭, ରାୟଗଡ଼ାରୁ ୨୦୬ ଓ ପୁରୀରୁ ୧୯୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି କଳାହାଣ୍ଡିରୁ ୧୮୨, ଜଗତସିଂହପୁରରୁ ୧୬୨, ଅନୁଗୁଳରୁ ୧୫୯, ସୁବର୍ଣ୍ଣପୁରରୁ ୧୪୭, କୋରାପୁଟରୁ ୧୪୬, ଯାଜପୁରରୁ ୧୪୩, କେନ୍ଦୁଝରରୁ ୧୪୧, ଗଂଜାମରୁ ୧୩୫, ଢେଙ୍କାନାଳରୁ ୧୩୪, ନବରଂଗପୁରରୁ ୧୩୩, ଝାରସୁଗୁଡ଼ାରୁ ୧୨୨, ଗଜପତିରୁ ୧୨୦, ଭଦ୍ରକରୁ ୧୦୧, କେନ୍ଦ୍ରାପଡ଼ାରୁ ୮୫, ବରଗଡ଼ରୁ ୭୬, କନ୍ଧମାଳରୁ ୫୯, ମାଲକାନଗିରିରୁ ୫୬, ନୂଆପଡ଼ାରୁ ୨୫ ଓ ରାଜ୍ୟପୁଲରୁ ୭୯୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୮୫୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର