ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୧୧ ହଜାର ୧୫୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୫୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୬୩ହଜାର ୩୯୬ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୭୫୨, ଜଗତସିଂହପୁରରୁ ୩୨୫, ବାଲେଶ୍ୱରରୁ ୩୦୨, କୋରାପୁଟରୁ ୨୯୬, ମୟୂରଭଂଜରୁ ୨୯୫, କେନ୍ଦୁଝରରୁ ୨୮୨, ଯାଜପୁରରୁ ୨୭୫ ଓ ବଲାଙ୍ଗୀରରୁ ୨୩୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ନୟାଗଡ଼ରୁ ୨୩୦, ରାୟଗଡ଼ାରୁ ୨୨୭, ସମ୍ବଲପୁରରୁ ୨୦୬, ସୁବର୍ଣ୍ଣପୁରରୁ ୧୯୪, କଳାହାଣ୍ଡିରୁ ୧୬୭, ପୁରୀରୁ ୧୫୭, ନବରଂଗପୁରରୁ ୧୫୬, ଝାରସୁଗୁଡ଼ାରୁ ୧୪୩, ଗଜପତିରୁ ୧୪୦, ଭଦ୍ରକରୁ ୧୨୯, ଢେଙ୍କାନାଳ ୧୨୬, ବୌଦ୍ଧରୁ ୧୨୩, ଅନୁଗୁଳ ୧୧୪, ନୂଆପଡ଼ାରୁ ୯୩, କେନ୍ଦ୍ରାପଡ଼ାରୁ ୯୨, ଦେବଗଡ଼ରୁ ୮୬, କନ୍ଧମାଳରୁ ୭୬, ଗଂଜାମରୁ ୬୯, ମାଲକାନଗିରିରୁ ୬୩ ଓ ରାଜ୍ୟପୁଲରୁ ୮୫୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୫୯୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।