ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୧୭, ଗଜପତି ଜିଲ୍ଲାରୁ ସର୍ବାଧିକ ୨୦

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଜି ୧୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଗଜପତି ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୪୦୨ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସମ୍ବଲପୁର ଜିଲ୍ଲାରୁ ଆଜି ୧୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଝାରସୁଗୁଡ଼ାରୁ ୧୫, ସୁନ୍ଦରଗଡ଼ରୁ ୧୪, ଖୋର୍ଦ୍ଧାରୁ ୧୧, ବାଲେଶ୍ୱରରୁ ୮, ଯାଜପୁର, କୋରାପୁଟ, ମୟୂରଭଂଜ, ନବରଂଗପୁରରୁ ୪ ଜଣ ଲେଖାଏଁ, ଗଂଜାମ, କେନ୍ଦ୍ରାପଡ଼ାରୁ ୩-୩, ଭଦ୍ରକ, ବଲାଙ୍ଗୀର, ଜଗତସିଂହପୁରରୁ ୨ ଜଣ ଲେଖାଏଁ, କଳାହାଣ୍ଡି, ମାଲକାନଗିରି, ରାୟଗଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲ୍‌ରୁ ଜଣେ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୧୦୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର