ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୧୭୭ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୬

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇସର ସଂକ୍ରମଣରୁ ୧୧୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ ଆଜି ପର୍ଯ୍ୟନ୍ତ କରୋନାରୁ ୯ ଲକ୍ଷ ୭୪ ହଜାର ୭୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୮୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ପୁରୀରୁ ୬୫, ଭଦ୍ରକ, ମୟୂରଭଂଜରୁ ୫୮-୫୮ ଜଣ, ଅନୁଗୁଳରୁ ୫୧, ଜଗତସିଂହପୁରରୁ ୫୦, ଯାଜପୁରରୁ ୪୩, କେନ୍ଦ୍ରାପଡ଼ାରୁ ୩୯, ବାଲେଶ୍ୱରରୁ ୩୪ ଓ ନୟାଗଡ଼ରୁ ୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦୁଝରରୁ ୨୫, ଢେଙ୍କାନାଳରୁ ୨୧, କୋରାପୁଟରୁ ୧୦, ସମ୍ବଲପୁରରୁ ୯, ମାଲକାନଗିରି, ରାୟଗଡ଼ାରୁ ୭-୭, ଗଂଜାମ, ସୁବର୍ଣ୍ଣପୁରରୁ ୬-୬, କନ୍ଧମାଳରୁ ୫, ବଲାଙ୍ଗୀର, ବୌଦ୍ଧ, ନବରଂଗପୁରରୁ ୪ ଜଣ ଲେଖାଏଁ, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ନୂଆପଡ଼ାରୁ ୨ ଓ ରାଜ୍ୟପୁଲରୁ ୭୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର