ରାଜ୍ୟରୁ ସୁସ୍ଥ ହେଲେ ୧୧୮୮୧ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୧୮୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଖୋର୍ଧାରୁ ୧୬୯୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୧୫୪, କଟକରୁ ୧୦୬୬,ସୁନ୍ଦରଗଡ଼ରୁ ୭୧୩, ଯାଜପୁରରୁ ୬୪୭, ମୟୂରଭଞ୍ଜରୁ ୬୩୩, ବାଲେଶ୍ବରରୁ ୫୧୦, କଳାହାଣ୍ଡିରୁ ୪୮୨, ପୁରୀରୁ ୪୭୧, ନବରଙ୍ଗପୁରରୁ ୩୫୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଜଗତସିଂହପୁରରୁ ୩୨୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବରଗଡ଼ରୁ ୩୦୦, ବଲାଙ୍ଗୀରରୁ ୨୯୭, ସମ୍ବଲପୁରରରୁ ୨୯୨,କେନ୍ଦ୍ରାପଡ଼ାରୁ ୨୮୫, ନୟାଗଡ଼ରୁ ୨୫୩, କେନ୍ଦୁଝରରୁ ୨୧୬, କୋରାପୁଟରୁ ୨୧୪, ଝାରସୁଗୁଡ଼ାରୁ ୨୧୧, ରାୟଗଡ଼ାରୁ ୧୯୦, ଭଦ୍ରକରୁ ୧୭୭, ଗଞ୍ଜାମ ୧୭୬, ସୁବର୍ଣ୍ଣପୁରରୁ ୧୫୮, ‌ବୌଦ୍ଧରୁ ୧୨୪, ଢ଼େଙ୍କାନାଳରୁ ୧୨୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏଥିସହିତ କନ୍ଧମାଳରୁ ୧୧୧, ମାଲକାନଗିରିରୁ ୧୦୮, ଗଜପତିରୁ ୧୦୧, ଦେବଗଡ଼ରୁ ୯୮, ନୂଆପଡ଼ାରୁ ୮୫ ଓ ଷ୍ଟେଟପୁଲରୁ ୩୨୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୬୭୦୫୨୭ଜଣ ସୁସ୍ଥ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର