ରାଜ୍ୟରୁ ୧୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୧୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୨୪୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଆଜି ସୁନ୍ଦରଗଡ଼ରୁ ୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ନୂଆପଡ଼ାରୁ ୧୯ଜଣ, ଯାଜପୁରରୁ ୧୦ଜଣ, ସମ୍ବଲପୁରରୁ ୧୦ଜଣ, କଟକରୁ ୭ଜଣ, ବାଲେଶ୍ବରରୁ ୬ଜଣ, କଳାହାଣ୍ଡିରୁ ୫ଜଣ, ଝାରସୁଗୁଡ଼ାରୁ ୪ଜଣ, ପୁରୀରୁ ୪ଜଣ, ଅନୁଗୁଳରୁ ୩ଜଣ, ବଲାଙ୍ଗୀରରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ମୟୂରଭଞ୍ଜରୁ ୩ଜଣ, ଦେବଗଡ଼ରୁ ୨ଜଣ,ଗଜପତିରୁ ୨ଜଣ, ଝାରସୁଗୁଡ଼ାରୁ ୨ଜଣ, କେନ୍ଦ୍ରାପଡ଼ାରୁ ୨ଜଣ, ଖୋର୍ଧାରୁ ୨ଜଣ, ଭଦ୍ରକରୁ ୨ଜଣ, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର