ଭୁବନେଶ୍ୱର: ରାଜ୍ୟରେ କରୋନା ତଳମୁହାଁ ହେଉଛି। ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୨୬୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ୨୧୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୭ ହଜାର ୧୦୯ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୨୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୭୨, ଅନୁଗୁଳରୁ ୬୩, କଟକରୁ ୬୨, କଳାହାଣ୍ଡିରୁ ୫୭, ବୌଦ୍ଧରୁ ୫୨, ସମ୍ବଲପୁରରୁ ୪୬, ଗଜପତିରୁ ୪୩, ମୟୂରଭଂଜରୁ ୪୨ ଓ କୋରାପୁଟରୁ ୩୯ ଜଣ କରୋନରୁ ସୁସ୍ଥ ହୋଇଛନ୍ତି।
ସେହିପରି ପୁରୀରୁ ୩୯, ବାଲେଶ୍ୱରରୁ ୩୮, କନ୍ଧମାଳରୁ ୨୮, ଢେଙ୍କାନାଳରୁ ୨୫, ଜଗତସିଂହପୁରରୁ ୨୪, ଗଂଜାମ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ାରୁ ୨୩-୨୩, ନବରଂଗପୁର, ନୟାଗଡ଼ରୁ ୧୯-୧୯, ଭଦ୍ରକରୁ ୧୮, ବରଗଡ଼, ସୁବର୍ଣ୍ଣପୁରରୁ ୧୭-୧୭, ରାୟଗଡ଼ାରୁ ୧୩, ମାଲକାନଗିରିରୁ ୧୧, ନୂଆପଡ଼ାରୁ ୧୦, ବଲାଙ୍ଗୀରରୁ ୯, କେନ୍ଦୁଝରରୁ ୭ ଓ ରାଜ୍ୟପୁଲରୁ ୫୨ ଜଣ ସୁସ୍ଥ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Corona-Recovered-From-Odisha-on-19th-February_Thumbnail.jpg)