ଭୁବନେଶ୍ୱର: ରାଜ୍ୟରେ କରୋନା ତଳମୁହାଁ ହେଉଛି। ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୨୭୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ୨୩୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୫ ହଜାର ୮୪୩ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୨୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୭୮, କୋରାପୁଟରୁ ୭୧, ସମ୍ବଲପୁରରୁ ୬୫, ବାଲେଶ୍ୱରରୁ ୬୨, ବୌଦ୍ଧରୁ ୬୧, ଯାଜପୁରରୁ ୫୩, ମୟୂରଭଂଜରୁ ୫୧, ନୂଆପଡ଼ାରୁ ୪୯ ଓ କଳାହାଣ୍ଡିରୁ ୪୧ ଜଣ କରୋନରୁ ସୁସ୍ଥ ହୋଇଛନ୍ତି।
ସେହିପରି ଜଗତସିଂହପୁରରୁ ୪୦, ପୁରୀରୁ ୩୬, ଗଜପତିରୁ ୩୫, କେନ୍ଦ୍ରାପଡ଼ାରୁ ୨୭, ବରଗଡ଼, ଦେବଗଡ଼, ଢେଙ୍କାନାଳରୁ ୨୧ ଲେଖାଏଁ, ଭଦ୍ରକରୁ ୧୯, ଗଂଜାମରୁ ୧୬, କନ୍ଧମାଳ, ନୟାଗଡ଼ରୁ ୧୩-୧୩, ରାୟଗଡ଼ା, ସୁବର୍ଣ୍ଣପୁରରୁ ୧୨ ଲେଖାଏଁ, ଝାରସୁଗୁଡ଼ା, କେନ୍ଦୁଝରରୁ ୧୦-୧୦, କେନ୍ଦୁଝର, ମାଲକାନଗିରି, ନବରଂଗପୁରରୁ ୮ ଲେଖାଏଁ, ଅନୁଗୁଳରୁ ୬ ଓ ରାଜ୍ୟପୁଲରୁ ୪୯ ଜଣ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୬୭୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/1fc68caf-0bed-4e96-aff6-915742326673.jpg)