ରାଜ୍ୟରୁ ସୁସ୍ଥ ହେଲେ ୧୩୨ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୧୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସର୍ବାଧିକ ସୁସ୍ଥ ସୁନ୍ଦରଗଡ଼ରୁ ରହିଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୧୬୬୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ସୁନ୍ଦରଗଡ଼ରୁ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୨୦ଜଣ, ସମ୍ବଲପୁରରୁ ୧୯ଜଣ, ଅନୁଗୁଳରୁ ୧୩ଜଣ, ଯାଜପୁରରୁ ୮ଜଣ, ବରଗଡ଼ରୁ ୬ଜଣ, ଭଦ୍ରକରୁ ୬ଜଣ, କେନ୍ଦୁଝରରୁ ୪ଜଣ, ନୂଆପଡ଼ାରୁ ୪ଜଣ, ବଲାଙ୍ଗୀରରୁ ୩ଜଣ, କଟକରୁ ୩ଜଣ ଓ ଦେବଗଡ଼ରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Coronavirus India Highlights: Number Of Recovered Patients Crosses 10 Lakh

ସେହିପରି ଜଗତସିଂହପୁରରୁ ୩ଜଣ, ଝାରସୁଗୁଡ଼ାରୁ ୩ଜଣ, ଖୋର୍ଧାରୁ ୩ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୨ଜଣ, ମୟୁରଭଞ୍ଜରୁ ୨ଜଣ, ସୁବର୍ଣ୍ଣପୁରରୁ ୨ଜଣ, ବାଲେଶ୍ବରରୁ ଜଣେ, ବୌଦ୍ଧରୁ ଜଣେ, କଳାହାଣ୍ଡିରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଜି ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର