ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଜି ୧୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୬ ଜଣ ଲେଖାଏଁ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୨୮୫ରେ ପହଞ୍ଚିଛି।

Advertisment

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଝାରସୁଗୁଡ଼ା ଜିଲ୍ଲାରୁ ଆଜି ୧୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକ, କେନ୍ଦ୍ରାପଡ଼ା, ମୟୂରଭଂଜରୁ ୮ ଜଣ ଲେଖାଏଁ, ସମ୍ବଲପୁରରୁ ୭, ବାଲେଶ୍ୱର, ଯାଜପୁରରୁ ୬-୬, ଦେବଗଡ଼, ଗଂଜାମ, ନବରଂଗପୁରରୁ ୫ ଜଣ ଲେଖାଏଁ, ଅନୁଗୁଳରୁ ୪, ନୟାଗଡ଼ରୁ ୩, ବରଗଡ଼, କୋରାପୁଟ, କଳାହାଣ୍ଡି, ନୂଆପଡ଼ାରୁ ୨ ଜଣେ ଲେଖାଏଁ, ଭଦ୍ରକ, ମାଲକାନଗିରି, ରାୟଗଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲ୍‌ରୁ ୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୧୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।