ରାଜ୍ୟରେ ସୁସ୍ଥ ସଂଖ୍ୟା ୩୩୨୨୩୯ରେ ପହଞ୍ଚିଛି

ଭୁବନେଶ୍ବର: ଆଜି ରାଜ୍ୟରୁ ୧୩୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କ ମଧ୍ୟରୁ ସମ୍ବଲପୁରରୁ ୧୯ଜଣ କରୋନା ଆକ୍ରାନ୍ତ ଆଜି ଆରୋଗ୍ୟ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଆଜି ସମ୍ବଲପୁର ବ୍ୟତୀତ ସୁନ୍ଦରଗଡ଼ରୁ ୧୪ଜଣ, ବରଗଡ଼ରୁ ୧୩ଜଣ, ବାଲେଶ୍ବରରୁ ୧୦ଜଣ, ପୁରୀରୁ ୧୦ଜଣ, ଝାରସୁଗୁଡ଼ାରୁ ୯ଜଣ, ଖୋର୍ଧାରୁ ୮ଜଣ, କଟକରୁ ୭ଜଣ, ଯାଜପୁରରୁ ୬ଜଣ, କେନ୍ଦୁଝରରୁ ୫ଜଣ, ନୂଆପଡ଼ାରୁ ୫ଜଣ, ଅନୁଗୁଳରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ବଲାଙ୍ଗୀରରୁ ୩ଜଣ, ଗଜପତିରୁ ୩ଜଣ, ଜଗତସିଂହପୁରରୁ ୩ଜଣ, କୋରାପୁଟରୁ ୩ଜଣ, ବୌଦ୍ଧରୁ ୨ଜଣ, କଳାହାଣ୍ଡିରୁ ୨ଜଣ, ରାୟଗଡ଼ାରୁ ୨ଜଣ, ଭଦ୍ରକରୁ ଜଣେ, ଦେବଗଡ଼ରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ମୟୁରଭଞ୍ଜରୁ ଜଣେ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୨୨୩୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।

ସମ୍ବନ୍ଧିତ ଖବର