ସୁସ୍ଥ ହେଲେ ୧୪୩ କରୋନା ଆକ୍ରାନ୍ତ, ୩୮୬୩ରେ ପହଞ୍ଚିଲା ମୋଟ ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ ୧୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୩୮୬୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ୨୦ଟି ଜିଲ୍ଲାରୁ ଆଜି ଏହି ୧୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି।

୧୪୩ଜଣଙ୍କ ମଧ୍ୟରେ ଗଜପତିରୁ ୧୮ଜଣ, ବରଗଡ଼ରୁ ୧୫ଜଣ, ମାଲକାନଗିରିରୁ ୧୫ଜଣ, ପୁରୀରୁ ୧୫ଜଣ, ବଲାଙ୍ଗୀରରୁ ୧୨ଜଣ, କଟକରୁ ୧୦ଜଣ, ଖୋର୍ଦ୍ଧାରୁ ୯ଜଣ, ମୟୁରଭଞ୍ଜରୁ ୮ଜଣ, କେନ୍ଦ୍ରାପଡ଼ାରୁ ୬ଜଣ, ବାଲେଶ୍ୱର,ଢେଙ୍କାନାଳ ଏବଂ ସମ୍ବଲପୁରରୁ ୫ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଭଦ୍ରକ, ବୌଧ, ଜଗତସିଂହପୁର, ଯାଜପୁର ଏବଂ କଳାହାଣ୍ଡିରେ ୩ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି | ଏହା ସହ କନ୍ଧମାଳ ଏବଂ କେନ୍ଦୁଝରରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ |

ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ଥିବା ବେଳେ ୧୪ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି | ଏହା ସହ ୧୪୨୬ଟି ସକ୍ରିୟ ମାମଲା ରହିଛି | ଆଜି ଚିହ୍ନଟ ହୋଇଥିବା ୧୪୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ଜଣ କ୍ୱାରେଣ୍ଟିନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬ଜଣ ସ୍ଥାନୀୟ ସଂକ୍ରମଣ ରହିଥିଲା।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ୧୭ ଜିଲ୍ଲାରୁ ୧୪୧ ଜଣ ସଂକ୍ରମିତ ହୋଇଥିବା ସମୟରେ ଏନଡିଆରଏଫର ଦୁଇ ଜଣ କର୍ମଚାରୀ ଆକ୍ରାନ୍ତ ଥିଲେ । ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୩୨ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୬ଜଣ, ନୟାଗଡ଼ରୁ ୧୩ଜଣ, ବାଲେଶ୍ୱରରୁ ୧୩ଜଣ, କଟକରୁ ୨୦ଜଣ, ଜଗତସିଂହପୁରରୁ ୧, ଅନୁଗୁଳରୁ ୧, ଢ଼େଙ୍କାନାଳରୁ ୩ଜଣ, ଭଦ୍ରକରୁ ୪ଜଣ, କଳାହାଣ୍ଡିରୁ ୬ଜଣ, କେନ୍ଦୁଝରରୁ ୨ଜଣ, ସୁନ୍ଦରଗଡ଼ରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, ଝାରସୁଗୁଡ଼ାରୁ ଜଣେ, ବରଗଡ଼ରୁ ଜଣେ, ବଲାଙ୍ଗୀରରୁ ଜଣେ, ସମ୍ବଲପୁରରୁ ୫ଜଣ ଚିହ୍ନଟ ହୋଇଥିଲେ।

ଏଥିସହିତ ଏନ୍‌ଡିଆରଏଫ୍‌ର ଦୁଇଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହି ଦୁଇକର୍ମଚାରୀ ନିକଟରେ ଆମ୍ଫାନ୍‌ ଡିୟୁଟିରେ ଯାଇ ପଶ୍ଚିମବଙ୍ଗରୁ ଫେରିଥିଲେ।

ସମ୍ବନ୍ଧିତ ଖବର