ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୪୩ ହଜାର ଟପିଲା, ଆଜି ସୁସ୍ଥ ହେଲେ ୧୫୦୩

ଭୁବନେଶ୍ୱର: ଆଜି ରାଜ୍ୟରୁ ୧୫୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୪୩୭୭୯ଜଣ କରୋନା ଆକ୍ରାନ୍ତ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି।

ଆଜି ଗଞ୍ଜାମରୁ ୨୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୧୩୧ଜଣ, ରାୟଗଡ଼ାରୁ ୧୧୨ଜଣ, ସୁନ୍ଦରଗଡ଼ରୁ ୧୧୧ଜଣ, ବାଲେଶ୍ୱରରୁ ୧୦୧ଜଣ, ଖୋର୍ଦ୍ଧାରୁ ୯୯ଜଣ, ଢ଼େଙ୍କାନାଳରୁ ୬୩ଜଣ, ମୟୁରଭଞ୍ଜରୁ ୫୧ଜଣ, ଗଜପତିରୁ ୪୯ଜଣ, କୋରାପୁଟରୁ ୪୯ଜଣ, ମାଲକାନଗିରିରୁ ୪୨ଜଣ, ଭଦ୍ରକରୁ ୩୮ଜଣ, ଜଗତସିଂହପୁରରୁ ୩୮ଜଣ, କନ୍ଧମାଳରୁ ୩୭ଜଣ, ବଲାଙ୍ଗୀରରୁ ୩୬ଜଣ, ଯାଜପୁରରୁ ୩୬ଜଣ, ସମ୍ବଲପୁରରରୁ ୩୫ଜଣ, ନୟାଗଡ଼ରୁ ୩୪ଜଣ, କଳାହାଣ୍ଡିରୁ ୩୧ଜଣ, ନବରଙ୍ଗପୁର ୩୧ଜଣ, ନୂଆପଡ଼ାରୁ ୩୧ଜଣ, ସୋନପୁରରୁ ୩୦ଜଣ, କେନ୍ଦୁଝରରୁ ୨୦ଜଣ, ଅନୁଗୁଳରୁ ୧୮ଜଣ,ବରଗଡ଼ରୁ ୧୫ଜଣ, ଝାରସୁଗୁଡ଼ାରୁ ୧୪ଜଣ, କେନ୍ଦ୍ରାପଡ଼ାରୁ ୧୪ଜଣ, ଦେବଗଡ଼ରୁ ୪ଜଣ ଓ ପୁରୀରୁ ଜଣେ ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ  ଆଜି ରାଜ୍ୟରେ ୨୨୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୯୦ ଓ ସ୍ଥାନୀୟ ଅଞ୍ଚଳରୁ ୮୫୪ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର