ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୫୨୫ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୮ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୫୨୫ ଜଣ ଆକ୍ରାନ୍ତ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୮ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୮ ହଜାର ୪୫୩ରେ ପହଂଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୩୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜଗତସିଂହପୁରରୁ ୯୫, ବାଲେଶ୍ୱର, ପୁରୀରୁ ୮୪-୮୪, ଭଦ୍ରକରୁ ୭୧, ଯାଜପୁରରୁ ୭୦, ଅନୁଗୁଳରୁ ୫୧, କେନ୍ଦ୍ରାପଡ଼ାରୁ ୫୦, ଢେଙ୍କାନାଳରୁ ୪୫ ଓ ମୟୂରଭଂଜରୁ ୩୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିଭଳି ନୟାଗଡ଼ରୁ ୩୮, ସୁନ୍ଦରଗଡ଼ରୁ ୨୬, ସମ୍ବଲପୁରରୁ ୧୮, ସୁବର୍ଣ୍ଣପୁରରୁ ୧୭, ରାୟଗଡ଼ାରୁ ୧୬, କନ୍ଧମାଳ, କେନ୍ଦୁଝରରୁ ୧୧-୧୧, ବଲାଙ୍ଗୀର, ମାଲକାନଗିରିରୁ ୧୦-୧୦, ଗଂଜାମରୁ ୮, ବୌଦ୍ଧ, ଗଜପତିରୁ ୭-୭, ନବରଂଗପୁରରୁ ୬, ବରଗଡ଼, କଳାହାଣ୍ଡି, କୋରାପୁଟରୁ ୫ ଜଣ ଲେଖାଏଁ, ଝାରସୁଗୁଡ଼ା, ନୂଆପଡ଼ାରୁ ୩-୩ ଓ ରାଜ୍ୟପୁଲରୁ ୯୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର