ଭୁବନେଶ୍ୱର: ରାଜ୍ୟରେ ଆଜି ୧୬୫ ଜଣ କରୋନା ଭାଇରସ୍ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୪ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୪୪୩ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସମ୍ବଲପୁର, ସୁନ୍ଦରଗଡ଼ରୁ ୭-୭, ଭଦ୍ରକ, ଜଗତସିଂହପୁର, ପୁରୀରୁ ୪ ଜଣ ଲେଖାଏର୍, ନୟାଗଡ଼ରୁ ୩, ଯାଜପୁରରୁ ୨, ବରଗଡ଼, ଗଂଜାମ, କେନ୍ଦ୍ରାପଡ଼ା, ମୟୂରଭଂଜରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୨୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ଆଜି ୨୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ମଧ୍ୟରେ ୩୪ ଜଣ ଥିବାବେଳେ ସଙ୍ଗରୋଧରୁ ୧୨୯ ଓ ସ୍ଥାନୀୟ ସଂକ୍ରମଣରୁ ୯୨ ଜଣ ଅଛନ୍ତି | ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୮ ଜଣ, କଟକରୁ ୧୫, ଖୋର୍ଦ୍ଧାରୁ ୯୮, ମୟୁରଭଞ୍ଜରୁ ୮, ସମ୍ବଲପୁରରୁ ୨୧, ସୁନ୍ଦରଗଡରୁ ୭ ଜଣ ଓ ଷ୍ଟେଟ ପୁଲରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି |