ଭୁବନେଶ୍ୱର: ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଖବର ରାଜ୍ୟବାସୀଙ୍କୁ ଚିନ୍ତିତ କରୁଥିବା ବେଳେ ଆଜି ଏକ ବଡ ଖୁସି ଖବର ମିଳିଛି | ଏକା ସାଙ୍ଗରେ ୧୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଚିକିତ୍ସା ପରେ ସେମାନଙ୍କର କୋଭିଡ-୧୯ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ | ସୁସ୍ଥ ୧୭ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୭ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୫ଜଣ, ଭଦ୍ରକରୁ ୩ଜଣ ଓ ବାଲେଶ୍ୱରରୁ ୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ନୂତନ ରିପୋର୍ଟକୁ ମିଶାଇ ଏବେ ରାଜ୍ୟରେ ମୋଟ ୮୫ଜଣ ସୁସ୍ଥ ହୋଇଛନ୍ତି |

Advertisment

ସୂଚନା ମୁତାବକ, ଆଜି ରାଜ୍ୟରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଥିଲା। ଏମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ୧୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।