ଆଜି ସୁସ୍ଥ ହେଲେ ୧୭୭୩ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ହେଲା ୫୨,୨୭୬

ଭୁବନେଶ୍ୱର: ରାଜ୍ୟରେ ଆଜି ୨୬ଟି ଜିଲ୍ଲାରୁ ୧୭୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୨୭୬ରେ ପହଞ୍ଚିଛ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ୨୧୬ ଜଣ, କଟକରୁ ୧୪୭ ଜଣ, ସମ୍ବଲପୁରରୁ ୧୨୫ ଜଣ, କନ୍ଧମାଳରୁ ୯୨ ଜଣ, ଯାଜପୁରରୁ ୮୭ ଜଣ, ମୟୂରଭଂଜରୁ ୮୦ ଜଣ, ରାୟଗଡ଼ାରୁ ୭୭ ଜଣ, ପୁରୀରୁ ୭୪ ଜଣ, ମାଲକାନଗିରିରୁ ୭୨ ଜଣ, କୋରାପୁଟରୁ ୬୯ ଜଣ, ସୁନ୍ଦରଗଡ଼ରୁ ୬୮ ଜଣ, ବାଲେଶ୍ୱରରୁ ୫୮ ଜଣ ଓ ନୟାଗଡ଼ରୁ ୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି କଳାହାଣ୍ଡି, କେନ୍ଦୁଝର ଜିଲ୍ଲାରୁ ୩୮ ଜଣ ଲେଖାଏଁ, ବରଗଡ଼ରୁ ୩୨ ଜଣ, ଗଜପତିରୁ ୩୦ ଜଣ, ବଲାଙ୍ଗୀରରୁ ୨୬ ଜଣ, ଭଦ୍ରକରୁ ୨୫ ଜଣ, ନବରଂଗପୁରରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୨୨ ଜଣ, ଢେଙ୍କାନାଳରୁ ୨୦ ଜଣ, ଝାରସୁଗୁଡ଼ାରୁ ୧୯ ଜଣ, ଜଗତସିଂହପୁରରୁ ୧୫ ଜଣ ଓ ଅନୁଗୁଳରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୧୨ ଲକ୍ଷ ୩୩ ହଜାର ୮୦୫ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୭୫ ହଜାର ୫୩୭ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୫୦ ହଜାର ୫୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩୯୯ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୨୨ ହଜାର ୮୦୯ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର