ଭୁବନେଶ୍ବର: ଆଜି ରାଜ୍ୟରୁ ୧୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୮୪୫୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ରିପୋର୍ଟ ରହିଛି।
ଆଜି ଅନୁଗୁଳରୁ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୁଳରୁ ୩୪ଜଣ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ସୁନ୍ଦରଗଡ଼ରୁ ୨୬ଜଣ, ସମ୍ବଲପୁରରୁ ୧୬ଜଣ, ବଲାଙ୍ଗୀରରୁ ୧୪ଜଣ, ଯାଜପୁରରୁ ୧୧ଜଣ, ଖୋର୍ଧାରୁ ୧୦ଜଣ, କେନ୍ଦ୍ରାପଡ଼ାରୁ ୯ଜଣ, ବରଗଡ଼ରୁ ୮ଜଣ, କଟକରୁ ୬ଜଣ, ପୁରୀରୁ ୬ଜଣ, କେନ୍ଦୁଝରରୁ ୫ଜଣ, ମୟୁରଭଞ୍ଜରୁ ୫ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 181 Covid patients have recovered and are being discharged on 12.01.2021
34 from Anugul
26 from Sundargarh
16 from Sambalpur
14 from Bolangir
11 from Jajapur
10 from Khordha
9 from Kendrapara
8 from Bargarh
6 from Cuttack
6 from Puri
5 from Keonjhar
5 from Mayurbhanj— H & FW Dept Odisha (@HFWOdisha) January 12, 2021
ସେହିପରି ଦେବଗଡ଼ରୁ ୪ଜଣ, ଜଗତସିଂହପୁରରୁ ୪ଜଣ, ଝାରସୁଗୁଡ଼ାରୁ ୪ଜଣ, ବାଲେଶ୍ବରରୁ ୩ଜଣ, ଗଜପତିରୁ ୩ଜଣ, କଳାହାଣ୍ଡିରୁ ୩ଜଣ, ବୌଦ୍ଧରୁ ୨ଜଣ, ନୂଆପଡ଼ାରୁ ୨ଜଣ, ଗଞ୍ଜାମରୁ ଜଣେ, ମାଲକାନଗିରିରୁ ଜଣେ, ନବରଙ୍ଗପୁରରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।