ଭୁବନେଶ୍ବର: ଆଜି ରାଜ୍ୟରୁ ୧୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛନ୍ତି। ଆଜି ରାଜ୍ୟର ସୁନ୍ଦରଗଡ଼ରୁ ସର୍ବାଧିକ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Advertisment

ଅନୁଗୁଳରୁ ୧୯ଜଣ, ପୁରୀରୁ ୧୯ଜଣ, ସମ୍ବଲପୁର ୧୯ଜଣ, ନୂଆପଡ଼ାରୁ ୧୮ଜଣ, ବରଗଡ଼ରୁ ୧୫ଜଣ, କଟକରୁ ୧୪ଜଣ, ବାଲେଶ୍ବର ୧୧ଜଣ, ଖୋର୍ଧାରୁ ୧୧ଜଣ, ଯାଜପୁରରୁ ୭ଜଣ, ଝାରସୁଗୁଡ଼ାରୁ ୪ଜଣ, କୋରାପୁଟରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି।

ସେହିପରି ବଲାଙ୍ଗୀରରୁ ୩ଜଣ, କେନ୍ଦ୍ରାପଡ଼ାରୁ ୩ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୨ଜଣ, ନବରଙ୍ଗପୁରରୁ ୨ଜଣ, ବୌଦ୍ଧରୁ ଜଣେ, ଦେବଗଡ଼ରୁ ଜଣେ, କେନ୍ଦୁଝରରୁ ଜଣେ, ମାଲକାନଗିରିରୁ ଜଣେ, ରାୟଗଡ଼ାରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୧୧୪୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।