ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୧୮୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୬ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୪ ହଜାର ୨୨୯ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୧୧୮, ବାଲେଶ୍ୱରରୁ ୧୧୧, ଜଗତସିଂହପୁରରୁ ୯୭, ଅନୁଗୁଳ, ପୁରୀରୁ ୭୯ ଜଣ ଲେଖାଏଁ, ନୟାଗଡ଼ରୁ ୭୬, କେନ୍ଦ୍ରାପଡ଼ାରୁ ୭୧, ମୟୂରଭଂଜରୁ ୬୬ ଓ ଢେଙ୍କାନାଳରୁ ୫୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
କେନ୍ଦୁଝରରୁ ୪୬, ବରଗଡ, ସୁନ୍ଦରଗଡ଼ରୁ ୨୭ ଜଣ ଲେଖାଏଁ, ସମ୍ବଲପୁରରୁ ୧୫, ଭଦ୍ରକରୁ ୧୩, ଗଜପତି, ସୁବର୍ଣ୍ଣପୁରରୁ ୧୧-୧୧, ମାଲକାନଗିରିରୁ ୧୦, କନ୍ଧମାଳରୁ ୯, ରାୟଗଡ଼ାରୁ ୮, ବଲାଙ୍ଗୀରରୁ ୭, କଳହାଣ୍ଡି, କୋରାପୁଟରୁ ୬-୬, ଗଂଜାମ, ନୂଆପଡ଼ାରୁ ୫-୫, ଝାରସୁଗୁଡ଼ା, ନବରଂଗପୁରରୁ ୪-୪, ବୌଦ୍ଧରୁ ୩ ଓ ରାଜ୍ୟପୁଲରୁ ୧୦୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।