ରାଜ୍ୟରେ ଆଜି ୧୮୬୫ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୮

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୧୮୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୮ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୩ ହଜାର ୬୯ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୩୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୧୪୭, ବାଲେଶ୍ୱରରୁ ୧୧୫, ପୁରୀରୁ ୯୯, ଜଗତସିଂହପୁରରୁ ୯୪, ଅନୁଗୁଳରୁ ୮୧, ଭଦ୍ରକ ଏବଂ ମୟୂରଭଂଜରୁ ୭୬ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୬୨ ଓ କେନ୍ଦ୍ରାପଡ଼ାରୁ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ନୟାଗଡ଼ରୁ ୫୧, ଢେଙ୍କାନାଳରୁ ୪୮, କୋରାପୁଟ, ମାଲକାନଗିରି ଏବଂ ସମ୍ବଲପୁରରୁ ୨୪ ଜଣ ଲେଖାଏଁ, ରାୟଗଡ଼ାରୁ ୨୦, ବୌଦ୍ଧ ଏବଂ କନ୍ଧମାଳରୁ ୧୪ ଜଣ ଲେଖାଏଁ, କେନ୍ଦୁଝରରୁ ୮, ବଲାଙ୍ଗୀର, ଗଂଜାମ, କଳାହାଣ୍ଡି, ନବରଂଗପୁରରୁ ୭ ଜଣ ଲେଖାଏଁ, ଗଜନତି ଏବଂ ସୁବର୍ଣ୍ଣପୁରରୁ ୫ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୪, ବୌଦ୍ଧରୁ ୩, ଦେବଗଡ଼ରୁ ଜଣେ ଏବଂ ରାଜ୍ୟପୁଲରୁ ୮୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର