ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୯୧୧ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୧ ହଜାର ୯୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୫ ହଜାର ୭୪୯କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୧୫୩ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୩୮ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧ ଜଣ, ମୟୂରଭଂଜ ଜିଲ୍ଲାରୁ ୯୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୮୧ ଜଣ, ଅନୁଗୁଳ, କଳାହାଣ୍ଡି ଜିଲ୍ଲାରୁ ୭୮ ଜଣ ଲେଖାଏଁ, ନୂଆପଡ଼ା ଜିଲ୍ଲାରୁ ୭୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୭୪ ଜଣ, ଯାଜପୁର ଜିଲ୍ଲାରୁ ୭୨ ଜଣ, କେନ୍ଦୁଝର ଜିଲ୍ଲାରୁ ୭୧ ଜଣ, ବରଗଡ଼ ଜିଲ୍ଲାରୁ ୬୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୨ ଜଣ, ଭଦ୍ରକ, ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ୫୦ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।

 

ସେହିପରି ଢେଙ୍କାନାଳ ଜିଲ୍ଲାରୁ ଆଜି ୪୬ ଜଣ, ନବରଂଗପୁର ଜିଲ୍ଲାରୁ ୪୫ ଜଣ, କୋରାପୁଟ ଜିଲ୍ଲାରୁ ୪୨ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୬ ଜଣ, ନୟାଗଡ଼ ଜିଲ୍ଲାରୁ ୩୩ ଜଣ, ଗଂଜାମ ଜିଲ୍ଲାରୁ ୨୬ ଜଣ, ମାଲକାନଗିରି ଜିଲ୍ଲାରୁ ୨୫ ଜଣ, କନ୍ଧମାଳ ଜିଲ୍ଲାରୁ ୨୪ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୨୦ ଜଣ, ରାୟଗଡ଼ା ଜିଲ୍ଲାରୁ ୧୬ ଜଣ, ଦେବଗଡ଼ ଜିଲ୍ଲାରୁ ୯ ଜଣ, ଗଜପତି ଜିଲ୍ଲାରୁ ୮ ଜଣ, ବୌଦ୍ଧ ଜିଲ୍ଲାରୁ ୨ ଜଣ ଓ ରାଜ୍ୟପୁଲରୁ ୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର