ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୯୪୩ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୬

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୧୯୪୩ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୬ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୬ ହଜାର ୯୫୦ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ୨୪୨, ବାଲେଶ୍ୱରରୁ ୧୪୩, ମୟୂରଭଂଜରୁ ୧୦୩, ଭଦ୍ରକରୁ ୯୪, ଜଗତସିଂହପୁରରୁ ୯୧, ସୁନ୍ଦରଗଡ଼ରୁ ୭୩, ନୟାଗଡରୁ ୭୦, ଅନୁଗୁଳରୁ ୬୫ ଓ ଢେଙ୍କାନାଳରୁ ୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ରାପଡ଼ାରୁ ୫୪, କେନ୍ଦୁଝରରୁ ୩୫, ସମ୍ବଲପୁରରୁ ୩୦, ମାଲକାନଗିରିରୁ ୨୯, ପୁରୀରୁ ୨୫, କନ୍ଧମାଳରୁ ୨୧, କୋରାପୁଟ ଓ ରାୟଗଡ଼ାରୁ ୨୧ ଜଣ ଲେଖାଏଁ, ନବରଂଗପୁରରୁ ୧୪, ବରଗଡ଼ରୁ ୧୨, ବୌଦ୍ଧରୁ ୧୧, ସୁବର୍ଣ୍ଣପୁରରୁ ୯, ଗଂଜାମ, ଝାରସୁଗୁଡ଼ା, କଳାହାଣ୍ଡି ରୁ ୮ ଜଣ ଲେଖାଏଁ, ଗଜପତିରୁ ୬, ଦେବଗଡ଼ରୁ ୫, ନୂଆପଡ଼ାରୁ ୨, ବଲାଙ୍ଗୀରରୁ ଜଣେ ଏବଂ ରାଜ୍ୟପୁଲରୁ ୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର