ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୧୯୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୯ ହଜାର ୩୫୦ରେ ପହଂଚିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୩୧୨ ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୧୬୧, ଯାଜପୁରରୁ ୧୨୩, ଜଗତସିଂହପୁରରୁ ୧୧୩, କେନ୍ଦ୍ରାପଡ଼ାରୁ ୯୪, ନୟାଗଡ଼ରୁ ୭୮, ଭଦ୍ରକ ଏବଂ ମୟୂରଭଂଜରୁ ୭୫, ପୁରୀରୁ ୬୩ ଓ ଅନୁଗୁଳରୁ ୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସୁନ୍ଦରଗଡ଼ରୁ ୩୬, ଢେଙ୍କାନାଳରୁ ୩୪, ସମ୍ବଲପୁରରୁ ୩୨, ରାୟଗଡ଼ାରୁ ୨୯, ମାଲକାନଗିରିରୁ ୨୫, କନ୍ଧମାଳରୁ ୧୭, ବରଗଡ଼ରୁ ୧୪, କେନ୍ଦୁଝରରୁ ୧୩, ଗଜପତି ଏବଂ କୋରାପୁଟରୁ ୧୦-୧୦, ଗଂଜାମରୁ ୯, ବୌଦ୍ଧ, ନବରଂଗପୁରରୁ ୭-୭, ସୁବର୍ଣ୍ଣପୁରରୁ ୬, ଝାରସୁଗୁଡ଼ା, ନୂଆପଡ଼ା, କଳାହାଣ୍ଡିରୁ ୫-୫-୫, ଦେବଗଡ଼ରୁ ୩, ବଲାଙ୍ଗୀରରୁ ୧ ଏବଂ ରାଜ୍ୟପୁଲରୁ ୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/fa8c2839-1df3-4ae8-b458-0d85e202615a.jpg)