ବନ୍ଦ ହେଲା ହୀରାକୁଦ ବନ୍ଧର ଆଉ ଦୁଇଟି ଗେଟ, ୨୨ଟି ଗେଟ ଦେଇ ଜଳ ନିଷ୍କାସନ ଜାରି

ଭୁବନେଶ୍ୱର : ମହାନଦୀରେ ବନ୍ୟାଜଳ ପରିମାଣ କମିବାରେ ଲାଗିଛି । ଏହା ସହିତ ବନ୍ୟା ଆଶଙ୍କା ହ୍ରାସ ପାଇଛି । ଉପରମୁଣ୍ଡରୁ ବର୍ଷା ବନ୍ଦ ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳପରିମାଣ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ ୨ଟି ସ୍ଲୁଇସ ଗେଟକୁ ବନ୍ଦ କରାଯାଇଛି । ଫଳରେ ଏବେ ୨୨ଟି ସ୍ଲୁଇସ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।

ଏହାର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ୬୨୫ ଫୁଟ ଜଳ ରହିଛି । ଏବେ ଏହି ଜଳଭଣ୍ଡାରକୁ ଘଣ୍ଟାକୁ ହାରାହାରି ୩ ଲକ୍ଷ ୭୪ ହଜାର ୬୧୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ହାରାହାରି ୪ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ସେହିପରି ତଳମୁଣ୍ଡରେ ଥିବା ମୁଣ୍ଡୁଳୀଠାରେ ମଧ୍ୟ ବନ୍ୟାଜଳ ନିଷ୍କାସନ କ୍ରମଶଃ ହ୍ରାସ ପାଉଛି । ଏବେ ଏହି ବ୍ୟାରେଜ ଦେଇ ୭.୬୬ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି । ଗତକାଲି ଏହା ୧୦ ଲକ୍ଷ ୨୬ ହଜାର କ୍ୟୁସେକ ଥିଲା ।

ସମ୍ବନ୍ଧିତ ଖବର