ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ବରୀ ବିଧାୟିକା ସୁନନ୍ଦା ଦାସ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଓଡ଼ିଶାର ଆଉ ଦୁଇ ଜଣ ବିଧାୟକ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଏହି ଦୁଇ ବିଧାୟକ ହେଲେ ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ଓ ଯାଜପୁର ଜିଲ୍ଲା ବରୀ ବିଧାୟିକା ସୁନନ୍ଦା ଦାସ ।

ସୁଶାନ୍ତ କୁମାର ରାଉତ ଏ ସମ୍ପର୍କରେ  ନିଜେ ଫେସବୁକରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ତାଙ୍କର କରୋନା ପରୀକ୍ଷା ପଜିଟିଭ ବାହାରିଛି । ସଂକ୍ରମିତ ଜଣାପଡ଼ିବା ପରେ ସେ ଏବେ ଘରେ ଏକାନ୍ତବାସରେ ରହିଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତ କିଛି ଦିନ ଧରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ସେମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି ।

ସେହିପରି ବରୀ ବିଧାୟିକା ସୁନନ୍ଦା ଦାସ ମଧ୍ୟ ଟ୍ଵିଟ କରି ସେ କରୋନା ପଜିଟିଭ ଥିବା ଜଣାଇଛନ୍ତି । ସେ ଏବେ ଘରେ ଏକାନ୍ତବାସରେ ରହିଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତ କିଛି ଦିନ ଧରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ସେମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି ।

ଗତକାଲି ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ପୂର୍ବରୁ ବିଜେଡ଼ି ବିଧାୟକ ଦେବୀ ମିଶ୍ର ଓ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ କରୋନା ସଂକ୍ରମିତ ଥିବା ‌କଥା ସେମାନେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର