ରାଜ୍ୟରେ ଆଜି କରୋନାରୁ ୨୦୨୯ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୦

ଭୁବନେଶ୍ୱର: ରାଜ୍ୟରେ ଆଜି ୨୦୩୯ ଜଣ ଆକ୍ରାନ୍ତ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୫୪୦ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୩ ହଜାର ୮୮ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୨୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଭଦ୍ରକରୁ ୧୭୧, ଯାଜପୁରରୁ ୧୨୯, କେନ୍ଦ୍ରାପଡ଼ାରୁ ୧୧୦, ପୁରୀରୁ ୧୦୦, ଜଗତସିଂହପୁରରୁ ୯୦, ମୟୂରଭଂଜରୁ ୮୯, ବାଲେଶ୍ୱରରୁ ୮୨, ନୟାଗଡ଼ରୁ ୭୧ ଓ ଅନୁଗୁଳରୁ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଢେଙ୍କାନାଳରୁ ୫୭, ମାଲକାନଗିରିରୁ ୨୭, କନ୍ଧମାଳରୁ ୨୩, କେନ୍ଦୁଝରରୁ ୨୨, ସମ୍ବଲପୁରରୁ ୨୦, ରାୟଗଡ଼ାରୁ ୧୯, ସୁନ୍ଦରଗଡ଼ରୁ ୧୫, ବୌଦ୍ଧରୁ ୧୦, କଳାହାଣ୍ଡିରୁ ୯, ବରଗଡ଼, ବଲାଙ୍ଗୀର, କୋରାପୁଟ, ସୁବର୍ଣ୍ଣପୁରରୁ ୮ ଜଣ ଲେଖାଏଁ, ଗଜପତିରୁ ୭, ଦେବଗଡ଼ରୁ ୬, ଗଂଜାମ, ନବରଂଗପୁରରୁ ୪ ଜଣ ଲେଖାଏଁ, ନୂଆପଡ଼ାରୁ ୨ ଓ ରାଜ୍ୟପୁଲରୁ ୧୧୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର