ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୩୩୦୭୫୭ରେ ପହଞ୍ଚିଲା

ଭୁବନେଶ୍ବର: ଆଜି ରାଜ୍ୟରୁ ୨୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୩୭ଜଣ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭି ଆସିଥିବା ବେଳେ ସେମାନଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ସୁନ୍ଦରଗଡ଼ ବ୍ୟତୀତ ଝାରସୁଗୁଡ଼ାରୁ ୨୨ଜଣ, ଅନୁଗୁଳରୁ ୧୮ଜଣ, ସମ୍ବଲପୁରରୁ ୧୬ଜଣ, ପୁରୀରୁ ୧୫ଜଣ, କଟକରୁ ୧୪ଜଣ, ଖୋର୍ଧାରୁ ୧୨ଜଣ, ବାଲେଶ୍ବରରୁ ୯ଜଣ, ଯାଜପୁରରୁ ୯ଜଣ, ନୂଆପଡ଼ାରୁ ୯ଜଣ, ବରଗଡ଼ରୁ ୮ଜଣ, ବଲାଙ୍ଗୀରରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

 

ସେହିପରି ନୟାଗଡ଼ରୁ ୮ଜଣ, ମୟୁରଭଞ୍ଜରୁ ୫ଜଣ, ବୌଦ୍ଧରୁ ୩ଜଣ, କେନ୍ଦୁଝରରୁ ୩ଜଣ, ଭଦ୍ରକରୁ ୨ଜଣ, ଢ଼େଙ୍କାନାଳରୁ ୨ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୨ଜଣ, କେନ୍ଦ୍ରାପଡ଼ାରୁ ୨ଜଣ, ଜଗତସିଂହପୁରରୁ ଜଣେ, କଳାହାଣ୍ଡିରୁ ଜଣେ, କୋରାପୁଟରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ‌ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର