ସୁସ୍ଥ ହେଲେ ଆଉ ୨୧୭ କରୋନା ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ୬୭୦୩ ହେଲା

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟରେ ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇଲେ ଏଯାବତ ରାଜ୍ୟରେ ୬୭୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କରୋନା ପଜିଟିଭ୍‌ ଚିହ୍ନଟ ପରେ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସା ହେଉଥିବା ଏହି ସମସ୍ତଙ୍କ କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସମସ୍ତଙ୍କୁ ଆଜି ହସ୍ପିଟାଲରୁ ଛୁଟି ମିଳିଛି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ଖୋର୍ଦ୍ଧାରୁ ୧୮ଜଣ, ବାଲେଶ୍ୱରରୁ ୧୬ଜଣ, ମୟୁରଭଞ୍ଜରୁ ୧୫ଜଣ, ବରଗଡ଼ରୁ ୧୩ଜଣ, କେନ୍ଦୁଝରରୁ ୧୨ଜଣ, ଝାରସୁଗୁଡ଼ାରୁ ୮ଜଣ, ମାଲାକାନଗିରିରୁ ୭ଜଣ, ଯାଜପୁରରୁ ୬ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହା ବ୍ୟତୀତ ଅନୁଗୁଳ ଓ କଟକ ଜିଲ୍ଲାରୁ ୫ଜଣ ଲେଖାଏଁ, ଢ଼େଙ୍କାନାଳ ଓ ପୁରୀ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ୩ଜଣ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାରୁ ୨ଜଣ ଓ ବଲାଙ୍ଗୀର ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର