ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୨୧୦ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୪

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୨୨୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୪ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୧୬୦ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୩୧୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୧୭୩, କେନ୍ଦ୍ରାପଡ଼ାରୁ ୧୩୧, ମୟୂରଭଂଜରୁ ୧୧୨, ଭଦ୍ରକରୁ ୯୮, ସୁନ୍ଦରଗଡ଼ରୁ ୯୪, ଯାଜପୁରରୁ ୯୨, ଅନୁଗୁଳରୁ ୮୮ ଓ ଜଗତସିଂହପୁରରୁ ୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ନୟାଗଡ଼ରୁ ୬୩, ଢେଙ୍କାନାଳରୁ ୪୪, କେନ୍ଦୁଝରରୁ ୩୦, ମାଲକାନଗିରିରୁ ୨୮, କନ୍ଧମାଳରୁ ୨୫, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୧୯, ବଲାଙ୍ଗୀର, କେରାପୁଟରୁ ୧୭ ଜଣ ଲେଖାଏଁ, ଗଜପତିରୁ ୧୩, ବୌଦ୍ଧ, ଗଂଜାମ ଏବଂ ନବରଂଗପୁରରୁ ୧୦ ଜଣ ଲେଖାଏଁ, ସୁବର୍ଣ୍ଣପୁରରୁ ୮, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୬, ବରଗଡ଼ରୁ ୫, ଦେବଗଡ଼ରୁ ୩, ନୂଆପଡ଼ାରୁ ଜଣେ ଏବଂ ରାଜ୍ୟପୁଲରୁ ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର