ରାଜ୍ୟରୁ ଆଜି ୨୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୨୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୦୫୪୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସୁନ୍ଦରଗଡ଼ରୁ ୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୮ ଓ ଝାରସୁଗୁଡ଼ାରୁ ୧୮ଜଣ ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିବା ପାର ସେମାନଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିଲା।

 

ସେହିପରି ବରଗଡ଼ରୁ ୧୬ଜଣ, ସମ୍ବଲପୁରରୁ ୧୫ଜଣ, ବାଲେଶ୍ବରରୁ ୧୪ଜଣ, ଯାଜପୁରରୁ ୧୪ଜଣ, ଖୋର୍ଧାରୁ ୧୪ଜଣ, କୋରାପୁଟରୁ ୧୦ଜଣ, ପୁରୀରୁ ୧୦ଜଣ, ନୂଆପଡ଼ାରୁ ୬ଜଣ, ଗଞ୍ଜାମରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Coronavirus (COVID-19) | World Meteorological Organization

ଏଥିସହିତ କଳାହାଣ୍ଡିରୁ ୪ଜଣ, ବଲାଙ୍ଗୀରରୁ ୩ଜଣ, ଜଗତସିଂହପୁରରୁ ୩ଜଣ, କେନ୍ଦୁଝରରୁ ୩ଜଣ, ସୁବର୍ଣ୍ଣପୁରରୁ ୩ଜଣ, କଟକରୁ ୨ଜଣ, ଦେବଗଡ଼ରୁ ୨ଜଣ, ଗଜପତିରୁ ୨ଜଣ, ମୟୁରଭଞ୍ଜରୁ ୨ଜଣ, ରାୟଗଡ଼ାରୁ ୨ଜଣ, ଭଦ୍ରକରୁ ଜଣେ, ମାଲକାନଗିରିରୁ ଜଣେ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୩ଜଣ ଲେଖାଏଁ ଆକ୍ରାନ୍ତ କରୋନା ଲଢ଼େଇରେ ଜିତି ଯାଇଛନ୍ତି।

 

ସମ୍ବନ୍ଧିତ ଖବର