ଆଜି ରାଜ୍ୟରୁ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୨୨୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୮୨୭୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି ସମ୍ବଲପୁରରୁ ସର୍ବାଧିକ ୩୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୪ଜଣ, ଅନୁଗୁଳରୁ ୨୮ଜଣ, ବରଗଡ଼ରୁ ୧୫ଜଣ, ଖୋର୍ଧାରୁ ୧୩ଜଣ, ପୁରୀରୁ ୧୩ଜଣ, ନୂଆପଡ଼ାରୁ ୧୦ଜଣ, ଯାଜପୁରରୁ ୯ଜଣ, ବାଲେଶ୍ବରରୁ ୮ଜଣ, କେନ୍ଦ୍ରାପଡ଼ାରୁ ୮ଜଣ, ଝାରସୁଗୁଡ଼ାରୁ ୭ଜଣ, ମୟୁରଭଞ୍ଜରୁ ୭ଜଣ,ବଲାଙ୍ଗୀରରୁ ୬ଜଣ, କୋରାପୁଟରୁ ୬ଜଣ, କଟକରୁ ୪ଜଣ, କେନ୍ଦୁଝରରୁ ୪ଜଣ, ବୌଦ୍ଧରୁ ୩ଜଣ, ଗଞ୍ଜାମରୁ ୩ଜଣ, ଜଗତସିଂହପୁରରୁ ୩ଜଣ, କନ୍ଧମାଳରୁ ୩ଜଣ, ଢ଼େଙ୍କାନାଳରୁ ୨ଜଣ, ସୁବର୍ଣ୍ଣପୁରରୁ ୨ଜଣ, ଭଦ୍ରକରୁ ଜଣେ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର