ରାଜ୍ୟରୁ ଆଜି ସୁସ୍ଥ ହେଲେ ୨୪୪ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୨୪୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏଥିସହିତ ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୭୫୩୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଅନୁଗୁଳରୁ ୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁରରୁ ୨୮ଜଣ, ବରଗଡ଼ରୁ ୨୪ଜଣ, କଟକରୁ ୨୩ଜଣ, ସୁନ୍ଦରଗଡ଼ରୁ ୧୭ଜଣ, ଯାଜପୁରରୁ ୧୫ଜଣ, ଝାରସୁଗୁଡ଼ାରୁ ୧୫ଜଣ,ବାଲେଶ୍ବରରୁ ୧୪ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, ବଲାଙ୍ଗୀରରୁ ୮ଜଣ, କେନ୍ଦୁଝରରୁ ୭ଜଣ, ଖୋର୍ଧାରୁ ୭ଜଣ, ଜଗତସିଂହପୁରରୁ ୬ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ଏଥିସହିତ ମୟୁରଭଞ୍ଜରୁ ୬ଜଣ, କଳାହାଣ୍ଡିରୁ ୪ଜଣ, ମାଲକାନଗିରିରୁ ୪ଜଣ, ବୌଦ୍ଧରୁ ୩ଜଣ, ନବରଙ୍ଗପୁରରୁ ୩ଜଣ, ନୟାଗଡ଼ରୁ ୩ଜଣ, ସୁବର୍ଣ୍ଣପୁରରୁ ୩ଜଣ, ନୂଆପଡ଼ାରୁ ୨ଜଣ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ଜଣେ, କନ୍ଧମାଳରୁ ଜଣେ, କୋରାପୁଟରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର