ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୪୮୩, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୬

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୨ ହଜାର ୪୮୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୩ ହଜାର ୯୧୪ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୪୯୬ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୨୦୪, କଟକରୁ ୧୯୭, ନୟାଗଡ଼ରୁ ୧୨୪, ମୟୂରଭଂଜରୁ ୧୦୨, ଗଜପତିରୁ ୯୦, ଅନୁଗୁଳରୁ ୮୯, ସମ୍ବଲପୁରରୁ ୮୮, କେନ୍ଦ୍ରାପଡ଼ାରୁ ୭୩, ଯାଜପୁରରୁ ୭୧ ଓ ବାଲେଶ୍ୱରରୁ ୬୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି କୋରାପୁଟରୁ ୬୫, ବଲାଙ୍ଗୀରରୁ ୬୩, କଳାହାଣ୍ଡିରୁ ୬୩, କେନ୍ଦୁଝରରୁ ୫୭, ନୂଆପଡ଼ାରୁ ୫୩, ପୁରୀରୁ ୫୩, ଭଦ୍ରକରୁ ୫୧, ଗଂଜାମରୁ ୪୮, ଜଗତସିଂହପୁରରୁ ୪୭, ନବରଂଗପୁରରୁ ୪୦, ଦେବଗଡ଼, ଝାରସୁଗୁଡ଼ା ଓ ରାୟଗଡ଼ାରୁ ୩୮ ଲେଖାଏଁ, ବରଗଡ଼ରୁ ୩୬, ସୁବର୍ଣ୍ଣପୁରରୁ ୨୯, କନ୍ଧମାଳରୁ ୨୫, ଢେଙ୍କାନାଳରୁ ୨୧, ମାଲକାନଗିରିରୁ ୭ ଓ ରାଜ୍ୟପୁଲରୁ ୧୦୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୧୫୭୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର