ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଜି ୨୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ସମ୍ବଲପୁର ଜିଲ୍ଲାରୁ ୫୪ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୫ ହଜାର ୧୯ରେ ପହଞ୍ଚିଛି।

Advertisment

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଗଜପତି ଓ ଖୋର୍ଦ୍ଧା ଜିଲ୍ଲାରୁ ୨୪-୨୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୨୦, ଝାରସୁଗୁଡ଼ାରୁ ୧୮, ବରଗଡ଼ରୁ ୧୪, ଅନୁଗୁଳରୁ ୧୩, ମୟୂରଭଂଜ, ସୁନ୍ଦରଗଡ଼ରୁ ୧୨-୧୨, କେନ୍ଦ୍ରାପଡ଼ାରୁ ୧୧, କଟକରୁ ୧୦, ଗଂଜାମରୁ ୯, ବାଲେଶ୍ୱରରୁ ୬, ଭଦ୍ରକ, କୋରାପୁଟରୁ ୫-୫, ନୟାଗଡ଼, ପୁରୀରୁ ୪-୪, ପୁରୀରୁ ୩, ବଲାଙ୍ଗୀର, କଳାହାଣ୍ଡି, ମାଲକାନଗିରିରୁ ୨ ଜଣ ଲେଖାଏଁ, ଜଗତସିଂହପୁର, ନୂଆପଡ଼ା, ସୁବର୍ଣ୍ଣପୁରରୁ ଜଣେ ଓ ରାଜ୍ୟ ପୁଲ୍‌ରୁ ୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୧୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।