ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୬୪୧ ଆକ୍ରାନ୍ତ, କଟକରୁ ସର୍ବାଧିକ ୪୪୨

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୨୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ କଟକ ଜିଲ୍ଲାରୁ ସର୍ବାଧିକ ୪୪୨ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୮ ହଜାର ୪୧ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୩୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୨୩୬, ଯାଜପୁରରୁ ୧୮୮, ମୟୂରଭଂଜରୁ ୧୮୬, ପୁରୀରୁ ୧୫୦, ଭଦ୍ରକରୁ ୧୨୫, ଜଗତସିଂହପୁରରୁ ୧୧୭, ନୟାଗଡ଼ରୁ ୯୨, କେନ୍ଦ୍ରାପଡ଼ାରୁ ୮୫ ଓ ଅନୁଗୁଳରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସୁନ୍ଦରଗଡ଼ରୁ ୮୨, ଢେଙ୍କାନାଳରୁ ୬୫, କୋରାପୁଟରୁ ୬୪, କେନ୍ଦୁଝରରୁ ୬୩, ମାଲକାନଗିରିରୁ ୪୩, କଳାହାଣ୍ଡିରୁ ୩୬, ଝାରସୁଗୁଡ଼ାରୁ ୩୦, ରାୟଗଡ଼ା ଓ ସମ୍ବଲପୁରରୁ ୨୬ ଜଣ ଲେଖାଏଁ, କନ୍ଧମାଳରୁ ୨୨, ବୌଦ୍ଧରୁ ୧୯, ନବରଂଗପୁରରୁ ୧୫, ସୁବର୍ଣ୍ଣପୁରରୁ ୧୦, ବରଗଡ଼ରୁ ୮, ଗଜପତି ଏବଂ ନୂଆପଡ଼ାରୁ ୭ ଜଣ ଲେଖାଏଁ, ଦେବଗଡ଼ ଓ ଗଂଜାମରୁ ୬ ଜଣ ଲେଖାଏଁ, ବଲାଙ୍ଗୀରରୁ ଜଣେ ଓ ରାଜ୍ୟପୁଲରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର