ଭୁବନେଶ୍ବର: ଆଜି ରାଜ୍ୟରୁ ୨୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶା‌ଇଲେ ରାଜ୍ୟରୁ ଏଯାବତ ୩୨୭୮୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।

Advertisment

ଆଜି କଟକରୁ ସର୍ବାଧିକ ୪୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୩୧ଜଣ, ସମ୍ବଲପୁରରୁ ୨୬ଜଣ, ନୂଆପଡ଼ାରୁ ୨୧ଜଣ, ସୁନ୍ଦରଗଡ଼ରୁ ୧୯ଜଣ, ବାଲେଶ୍ବରରୁ ୧୫ଜଣ, ଯାଜପୁରରୁ ୧୫ଜଣ, ମୟୁରଭଞ୍ଜରୁ ୧୫ଜଣ, ବରଗଡ଼ରୁ ୧୪ଜଣ, ଝାରସୁଗୁଡ଼ାରୁ ୧୪ଜଣ, ଖୋର୍ଧାରୁ ୧୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବଲାଙ୍ଗୀରରୁ ୧୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ୧୦ଜଣ, ଜଗତସିଂହପୁରରୁ ୫ଜଣ, ଗଞ୍ଜାମରୁ ୩ଜଣ, କଳାହାଣ୍ଡିରୁ ୨ଜଣ, ନୟାଗଡ଼ରୁ ୨ଜଣ, ସୁବର୍ଣ୍ଣପୁରରୁ ୨ଜଣ, ମାଲକାନଗିରିରୁ ଜଣେ ଓ ୬ଜଣ ଷ୍ଟେଟପୁଲରୁ ସୁସ୍ଥ ହୋଇଛନ୍ତି।