ଖୋର୍ଦ୍ଧା ଜିଲ୍ଲାରୁ ୫୮୨ ଜଣଙ୍କ ସହ ରାଜ୍ୟରେ ଆଜି ସୁସ୍ଥ ହେଲେ ୨୭୯୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୫୮୨ ଜଣଙ୍କ ସମେତ ରାଜ୍ୟରେ ଆଜି ୨ ହଜାର ୭୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୧୭୯ ଜଣ, ଯାଜପୁର ଜିଲ୍ଲାରୁ ୧୪୮ ଜଣ, ଅନୁଗୁଳ ଜିଲ୍ଲାରୁ ୧୩୫ ଜଣ, ପୁରୀ ଜିଲ୍ଲାରୁ ୧୨୭ ଜଣ, ନବରଂଗପୁର ଜିଲ୍ଲାରୁ ୧୨୦ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦୭ ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୨ ଜଣ, ବରଗଡ଼, ନୂଆପଡ଼ା ଜିଲ୍ଲାରୁ ୯୭ ଜଣ ଲେଖାଏଁ, ମୟୂରଭଂଜ ଜିଲ୍ଲାରୁ ୯୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୬ ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ସୁବର୍ଣ୍ଣପୁର ଜିଲ୍ଲାରୁ ୭୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୫୨ ଜଣ, କନ୍ଧମାଳ ଜିଲ୍ଲାରୁ ୫୦ ଜଣ, କୋରାପୁଟ ଜିଲ୍ଲାରୁ ୪୭ ଜଣ, ଭଦ୍ରକ ଜିଲ୍ଲାରୁ ୪୨ ଜଣ, କେନ୍ଦୁଝର, ମାଲକାନଗିରି ଜିଲ୍ଲାରୁ ୪୧ ଜଣ ଲେଖାଏଁ, ନୟାଗଡ଼ ଜିଲ୍ଲାରୁ ୩୭ ଜଣ, ଗଂଜାମ ଜିଲ୍ଲାରୁ ୩୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୧ ଜଣ, ଦେବଗଡ଼, ଗଜପତି ଜିଲ୍ଲାରୁ ୧୭ ଜଣ ଲେଖାଏଁ, ବୌଦ୍ଧ ଜିଲ୍ଲାରୁ ୬ ଜଣ, ରାୟଗଡ଼ା ଜିଲ୍ଲାରୁ ୪ ଜଣ ଓ ରାଜ୍ୟପୁଲରୁ ୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର