ଖୋର୍ଦ୍ଧା ଜିଲ୍ଲାରୁ ୫୬୩ ଜଣଙ୍କ ସହ ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୮୫୦ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୫୬୩ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନାରୁ ୨ ହଜାର ୮୫୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୧ ହଜାର ୩୮୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୧୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାରୁ ୧୪୭ ଜଣ, ଅନୁଗୁଳ ଜିଲ୍ଲାରୁ ୧୩୮ ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୩ ଜଣ, ବରଗଡ଼ ଜିଲ୍ଲାରୁ ୯୮ ଜଣ, ନବରଂଗପୁର ଜିଲ୍ଲାରୁ ୮୯ ଜଣ, ଯାଜପୁର ଜିଲ୍ଲାରୁ ୮୭ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୫ ଜଣ, ମୟୂରଭଂଜ ଜିଲ୍ଲାରୁ ୮୨ ଜଣ, ଜଗତସିଂହପୁର, ସୁବର୍ଣ୍ଣପୁର ଜିଲ୍ଲାରୁ ୮୦ ଜଣ ଲେଖାଏଁ, ବଲାଙ୍ଗୀର, ଝାରସୁଗୁଡ଼ା ଜିଲ୍ଲାରୁ ୭୨ ଜଣ ଲେଖାଏଁ, ବାଲେଶ୍ୱର ଜିଲ୍ଲାରୁ ୬୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୬୩ ଜଣ ଓ କେନ୍ଦୁଝର ଜିଲ୍ଲାରୁ ୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି କନ୍ଧମାଳ ଜିଲ୍ଲାରୁ ୪୮ ଜଣ, ମାଲକାନଗିରି ଜିଲ୍ଲାରୁ ୪୨ ଜଣ, ବୌଦ୍ଧ , ନୂଆପଡ଼ା ଜିଲ୍ଲାରୁ ୪୧ ଜଣ ଲେଖାଏଁ, ନୟାଗଡ଼ ଜିଲ୍ଲାରୁ ୩୭ ଜଣ, ଗଂଜାମ ଜିଲ୍ଲାରୁ ୩୬ ଜଣ, ଭଦ୍ରକ ଜିଲ୍ଲାରୁ ୩୧ ଜଣ, ରାୟଗଡ଼ା ଜିଲ୍ଲାରୁ ୨୭ ଜଣ, କୋରାପୁଟ ଜିଲ୍ଲାରୁ ୨୭ ଜଣ, କୋରାପୁଟ ଜିଲ୍ଲାରୁ ୨୬ ଜଣ, ଦେବଗଡ଼ ଜିଲ୍ଲାରୁ ୧୫ ଜଣ, ଗଜପତି ଜିଲ୍ଲାରୁ ୩ ଜଣ ଓ ରାଜ୍ୟପୁଲରୁ ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର