ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ସୁସ୍ଥ ହେଲେ ୩୦୦ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ତେବେ ନୂଆପଡ଼ାରୁ ୮୨ଜଣ, ଖୋର୍ଧାରୁ ୩୪ଜଣ, କଟକରୁ ୨୮ଜଣ, ବରଗଡ଼ରୁ ୨୪ଜଣ, ଝାରସୁଗୁଡ଼ାରୁ ୨୪ଜଣ, ସୁନ୍ଦରଗଡ଼ରୁ ୧୫ଜଣ, ବଲାଙ୍ଗୀରରୁ ୧୩ଜଣ, ସମ୍ବଲପୁରରୁ ୧୧ଜଣ, ଭଦ୍ରକରୁ ୮ଜଣ, ଯାଜପୁରରୁ ୮ଜଣ ଓ କଳାହାଣ୍ଡିରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ମୟୁରଭଞ୍ଜରୁ ୮ଜଣ, ଗଞ୍ଜାମରୁ ୬ଜଣ, ପୁରୀ ୬ଜଣ, କେନ୍ଦ୍ରାପଡ଼ାରୁ ୪ଜଣ, ଅନୁଗୁଳରୁ ୩ଜଣ, ବାଲେଶ୍ବରରୁ ୩ଜଣ, କେନ୍ଦୁଝରରୁ ୩ଜଣ, ରାୟଗଡ଼ାରୁ ୨ଜଣ, ଦେଓଗଡ଼ରୁ ଜଣେ, ଜଗତସିଂହପୁରରୁ ଜଣେ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୭ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୭୯୩୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।

ସମ୍ବନ୍ଧିତ ଖବର