ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୧୨୬, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୭୮

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୩ହଜାର ୧୨୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୭୮ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୮ହଜାର ୧୫୨ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୩୪୩ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୩୦୦, ମୟୂରଭଂଜରୁ ୧୪୦, ମୟୂରଭଂଜରୁ ୧୪୦, ସମ୍ବଲପୁରରୁ ୧୩୮, ବାଲେଶ୍ୱରରୁ ୧୦୫, ବଲାଙ୍ଗୀର, ଯାଜପୁରରୁ ୯୭ ଲେଖାଏଁ, ଜଗତସିଂହପୁର ଓ କୋରାପୁଟରୁ ୮୨ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ନବରଂଗପୁରରୁ ୮୧, ବରଗଡ଼ରୁ ୮୦, କଳାହାଣ୍ଡିରୁ ୭୫, ଦେବଗଡ଼ରୁ ୬୯, ନୟାଗଡ଼ରୁ ୬୬, ଗଜପତିରୁ ୬୨, ରାୟଗଡ଼ାରୁ ୫୭, ଭଦ୍ରକ, ନୂଆପଡ଼ାରୁ ୫୫, ଝାରସୁଗୁଡ଼ାରୁ ୫୦, କେନ୍ଦୁଝରରୁ ୪୯, ଗଂଜାମରୁ ୪୫, ପୁରୀରୁ ୪୧, କେନ୍ଦ୍ରାପଡ଼ାରୁ ୪୦, ଢେଙ୍କାନାଳରୁ ୨୯, ମାଲକାନଗିରିରୁ ୨୭, କନ୍ଧମାଳରୁ ୨୧, ବୌଦ୍ଧରୁ ୧୦, ସୁବର୍ଣ୍ଣପୁରରୁ ୮ ଓ ରାଜ୍ୟପୁଲରୁ ୧୪୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୧୭୧୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର