ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଜି ୩୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୬୦ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୫ ହଜାର ୫୪୨ରେ ପହଞ୍ଚିଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଯାଜପୁର ଜିଲ୍ଲାରୁ ଆଜି ୫୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୩୩, ଝାରସୁଗୁଡ଼ାରୁ ୨୮, ସମ୍ବଲପୁରରୁ ୨୨, ଗଜପତିରୁ ୧୦, କଟକ, କନ୍ଧମାଳ, ନୂଆପଡ଼ାରୁ ୯ ଜଣ ଲେଖାଏଁ, ବାଲେଶ୍ୱର, ଗଂଜାମ, ମୟୂରଭଂଜରୁ ୮ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୭, ଭଦ୍ରକରୁ ୬, କୋରାପୁଟ, ପୁରୀରୁ ୪-୪, ଜଗତସିଂହପୁର, କଳାହାଣ୍ଡି, ନବରଂଗପୁର, ରାୟଗଡ଼ାରୁ ୩ ଜଣ ଲେଖାଏଁ, ବଲାଙ୍ଗୀର, ନୟାଗଡ଼ରୁ ୨-୨, କେନ୍ଦ୍ରାପଡ଼ା, ମାଲକାନଗିରି, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲ୍ରୁ ୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୧୩୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Corona-Recovered-From-Odisha-on-6th-March_Thumbnail.jpg)