ରାଜ୍ୟରେ ସୁସ୍ଥ ସଂଖ୍ୟା ୩୨୪୦୬୮ରେ ପହଞ୍ଚିଲା

ଭୁବନେଶ୍ବର: ଆଜି ରାଜ୍ୟରୁ ୩୧୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

 

ଆଜି ଖୋର୍ଧାରୁ ୪୪ଜଣ କରୋନା ଆକ୍ରାନ୍ତ  ସୁସ୍ଥ ହୋଇଥିବା ବେଳେ ୩୫ଜଣ ବାଲେଶ୍ବରରୁ, ୩୫ଜଣ ସୁନ୍ଦରଗଡ଼ରୁ, ୩୪ଜଣ ଅନୁଗୁଳରୁ, କଟକରୁ ୨୯ଜଣ, ସମ୍ବଲପୁରରୁ ୨୧ଜଣ, ମୟୁରଭଞ୍ଜରୁ ୧୭ଜଣ, କେନ୍ଦୁଝରରୁ ୧୨ଜଣ, ଝାରସୁଗୁଡ଼ାରୁ ୧୧ଜଣ, କେନ୍ଦ୍ରାପଡ଼ାରୁ ୧୧ଜଣ, ବଲାଙ୍ଗୀରରୁ ୧୦ଜଣ, ଯାଜପୁରରୁ ୯ଜଣ, ବରଗଡ଼ରୁ ୮ଜଣ, ନୂଆପଡ଼ାରୁ ୬ଜଣ, ଜଗତସିଂହପୁରରୁ ୫ଜଣ, କଳାହାଣ୍ଡିରୁ ୪ଜଣ, କୋରାପୁଟରୁ ୪ଜଣ, ବୌଦ୍ଧରୁ ୩ଜଣ, ନବରଙ୍ଗପୁରରୁ ୩ଜଣ, ନୟାଗଡ଼ରୁ ୩ଜଣ, ଗଜପତିରୁ ୨ଜଣ, ଭଦ୍ରକରୁ ଜଣେ, ଦେଓଗଡ଼ରୁ ଜଣେ, ପୁରୀରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ୯ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୪୦୬୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର