ସୁସ୍ଥ ହେଲେ ୩୨୧୭ ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯କୁ ବୃଦ୍ଧି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୬୪୭ ଜଣଙ୍କ ସମେତ ରାଜ୍ୟରୁ ଆଜି ୩ ହଜାର ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

 

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲାରୁ ଆଜି ୨୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୨୭୫ ଜଣ, ବରଗଡ଼ ଜିଲ୍ଲାରୁ ୨୧୮ ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୬ ଜଣ, ଗଂଜାମ ଜିଲ୍ଲାରୁ ୧୨୬ ଜଣ, କେନ୍ଦୁଝର ଜିଲ୍ଲାରୁ ୧୧୬ ଜଣ, ଯାଜପୁର, କୋରାପୁଟ ଜିଲ୍ଲାରୁ ୧୧୨ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୧୦୩ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସେହିପରି ନବରଂଗପୁର, ନୂଆପଡା, ସୁନ୍ଦରଗଡ଼ ଜିଲ୍ଲାରୁ ୭୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରୁ ୭୫ ଜଣ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରୁ ୬୯ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୫୯ ଜଣ, ଭଦ୍ରକ, ଜଗତସିଂହପୁର ଜିଲ୍ଲାରୁ ୫୪-୫୪ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୫୩ ଜଣ, ବାଲେଶ୍ୱର, ବଲାଙ୍ଗୀର, ନୟାଗଡ଼ ଜିଲ୍ଲାରୁ ୪୯ ଜଣ ଲେଖାଏଁ, କନ୍ଧମାଳ ଜିଲ୍ଲାରୁ ୩୬ ଜଣ, ମାଲକାନଗିରି ଜିଲ୍ଲାରୁ ୨୮ ଜଣ, ଗଜପତି ଜିଲ୍ଲାରୁ ୨୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୨ ଜଣ, ବୌଦ୍ଧ ଜିଲ୍ଲାରୁ ୭ ଜଣ ଓ ଦେବଗଡ଼ ଜିଲ୍ଲାରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର