ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୨୨୦, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୬୨

ଭୁବନେଶ୍ୱର: ରାଜ୍ୟରେ ଆଜି ୩୨୨୦ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୬୨ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୬୧୫ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୬୦୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ ୩୭୨, କଟକରୁ ୩୪୬, ଝାରସୁଗୁଡ଼ାରୁ ୨୫୪, ନବରଂଗପୁରରୁ ୧୬୯, ମୟୂରଭଂଜରୁ ୧୧୩, କୋରାପୁଟରୁ ୬୩, ସୁବର୍ଣ୍ଣପୁରରୁ ୫୮, କେନ୍ଦୁଝର ଓ ପୁରୀରୁ ୫୪ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଅନୁଗୁଳରୁ ୩୫, ଯାଜପୁରରୁ ୩୦, ଗଜପତିରୁ ୨୮, ବରଗଡ଼ରୁ ୨୧, ଦେବଗଡ଼, ଗଂଜାମ, ଜଗତସିଂହପୁରରୁ ୨୦ ଜଣ ଲେଖାଏଁ, କଳାହାଣ୍ଡିରୁ ୧୪, ଢେଙ୍କାନାଳରୁ ୮, ଭଦ୍ରକରୁ ୭, ବଲାଙ୍ଗୀର, କନ୍ଧମାଳରୁ ୬-୬, ନୟାଗଡ଼ରୁ ୩, ବାଲେଶ୍ୱର, କେନ୍ଦ୍ରାପଡ଼ାରୁ ୨-୨ ଓ ରାଜ୍ୟପୁଲରୁ ୧୪୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୧୦,୮୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୨୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୫୬୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୨୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୮୭ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର