ଖୋର୍ଦ୍ଧା ଜିଲ୍ଲାରୁ ୫୧୧ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୩୨୭୮ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ପହଂଚିଲା ୮୭ ହଜାର ୩୫୧

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ୫୧୧ ଜଣଙ୍କ ସମେତ ରାଜ୍ୟରୁ ଆଜି ୩ ହଜାର ୨୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ହଜାର ୩୫୧ରେ ପହଂଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗଂଜାମ ଜିଲ୍ଲାରୁ ଆଜି ୩୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରେ ୨୩୦ ଜଣ, ଯାଜପୁର ଜିଲ୍ଲାରେ ୧୯୫ ଜଣ, ରାୟଗଡ଼ା ଜିଲ୍ଲାରେ ୧୮୭ ଜଣ, ବରଗଡ଼ ଜିଲ୍ଲାରେ ୧୮୫ ଜଣ, ବାଲେଶ୍ୱର ଜିଲ୍ଳାରେ ୧୨୪ ଜଣ, ପୁରୀ ଜିଲ୍ଲାରେ ୧୨୨ ଜଣ, ନୟାଗଡ଼ ଜିଲ୍ଲାରେ ୧୨୧ ଜଣ, ମାଲକାନଗିରି, ମୟୂରଭଂଜ ଜିଲ୍ଲାରେ ୧୧୭ ଜଣ ଲେଖାଏଁ, କୋରାପୁଟ ଜିଲ୍ଲାରେ ୧୦୭ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଭଦ୍ରକ ଜିଲ୍ଲାରେ ୯୮ ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୮୯ ଜଣ, କନ୍ଧମାଳ ଜିଲ୍ଲାରେ ୮୮ ଜଣ, ଜଗତସିଂହପୁର ଜିଲ୍ଲାରେ ୭୭ ଜଣ, କେନ୍ଦୁଝର ଜିଲ୍ଲାରେ ୬୯ ଜଣ, ସମ୍ବଲପୁର ଜିଲ୍ଲାରେ ୬୭ ଜଣ, ଢେଙ୍କାନାଳ ଜିଲ୍ଲାରେ ୬୬ ଜଣ, ନବରଙ୍ଗପୁର ଜିଲ୍ଲାରେ ୪୭ ଜଣ, ଗଜପତି ଜିଲ୍ଲାରେ ୪୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୩୫ ଜଣ, ନୂଆପଡ଼ା ଜିଲ୍ଲାରେ ୨୫ ଜଣ, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାରେ ୨୪ ଜଣ ଲେଖାଏଁ, ସୁବର୍ଣ୍ଣପୁର ଜିଲ୍ଲାରେ ୨୩ ଜଣ, ବୌଦ୍ଧ ଜିଲ୍ଲାରେ ୮ ଜଣ, ଦେବଗଡ଼ ଜିଲ୍ଲାରେ ୫ ଜଣ, ଅନୁଗୁଳ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତୁର ସୁସ୍ଥ ହୋଇଛନ୍ତି।

 

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୧୯ଲକ୍ଷ ୫୦ ହଜାର ୫୯୧ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୧ ଲକ୍ଷ ୧୩ ହଜାର ୪୧୧ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୮୭ ହଜାର ୩୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୫୨୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୨୫ ହଜାର ୪୮୫ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର