ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୩ ହଜାର ୨୭୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୧ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୧ ହଜାର ୪୩୧ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୨୮୦ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରୁ ୨୩୮, କଟକରୁ ୧୬୫, ଅନୁଗୁଳରୁ ୧୫୦, ଯାଜପୁରରୁ ୧୪୯, ମୟୂରଭଂଜରୁ ୧୨୮, ବାଲେଶ୍ୱରରୁ ୧୧୦, କଳାହାଣ୍ଡିରୁ ୮୯ ଓ ଝାରସୁଗୁଡ଼ାରୁ ୮୨ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଢେଙ୍କାନାଳରୁ ୮୦, ପୁରୀରୁ ୭୨, କନ୍ଧମାଳରୁ ୭୧, ଭଦ୍ରକରୁ ୭୦, ବୌଦ୍ଧରୁ ୬୯, ଦେବଗଡ଼ରୁ ୬୮, ନବରଂଗପୁରରୁ ୬୪, କେନ୍ଦ୍ରାପଡ଼ାରୁ ୬୩, ନୂଆପଡ଼ାରୁ ୬୨, ବଲାଙ୍ଗୀରରୁ ୬୦, ଜଗତସିଂହପୁରରୁ ୫୮, କୋରାପୁଟରୁ ୫୬, ଗଂଜାମରୁ ୫୧, ବରଗଡ଼ରୁ ୪୬, ରାୟଗଡ଼ାରୁ ୩୮, ସୁବର୍ଣ୍ଣପୁରରୁ ୩୪, ଗଜପତିରୁ ୧୯, କେନ୍ଦୁଝରରୁ ୧୮, ମାଲକାନଗିରିରି, ନୟାଗଡ଼ରୁ ୧୪ ଲେଖାଏଁ ଓ ରାଜ୍ୟପୁଲରୁ ୧୬୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୧୪୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।