ରାଜ୍ୟରୁ ସୁସ୍ଥ ହେଲେ ୩୨୯ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରୁ ଆଜି ୩୨୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୩୨୫୪୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି ସୁନ୍ଦରଗଡ଼ରୁ ୭୧ଜଣ, ଅନୁଗୁଳରୁ ୪୦ଜଣ, ସମ୍ବଲପୁରରୁ ୩୧ଜଣ, ପୁରୀରୁ ୨୯ଜଣ, ଖୋର୍ଦାରୁ ୨୨ଜଣ, ବାଲେଶ୍ବରରୁ ୧୭ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୧୨ଜଣ, କଟକରୁ ୧୦ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, କେନ୍ଦୁଝରରୁ ୧୦ଜଣ, ମୟୁରଭଞ୍ଜରୁ ୮ଜଣ, ନବରଙ୍ଗପୁରରୁ ୭ଜଣ, କଳାହାଣ୍ଡିରୁ ୬ଜଣ, ନୂଆପଡ଼ାରୁ ୬ଜଣ, ଝାରସୁଗୁଡ଼ାରୁ୫ଜଣ, ବଲାଙ୍ଗୀରରୁ ୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଜଗତସିଂହପୁରରୁ ୪ଜଣ, ଦେବଗଡ଼ରୁ ୩ଜଣ, ଗଞ୍ଜାମରୁ ୩ଜଣ, ନୟାଗଡ଼ରୁ ୨ଜଣ, ରାୟଗଡ଼ାରୁ ୨ଜଣ, ବୌଦ୍ଧରୁ ଜଣେ, ଢ଼େଙ୍କାନାଳରୁ ଜଣେ, ଗଜପତିରୁ ଜଣେ, କନ୍ଧମାଳରୁ ଜ‌ଣେ, ମାଲକାନଗିରିରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ‌ଷ୍ଟେଟପୁଲରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 

ସମ୍ବନ୍ଧିତ ଖବର