ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୩୪୧ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୮

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୩୩୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୮ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ହଜାର ୫୧୯ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୪୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୩୯୭, ଯାଜପୁରରୁ ୨୧୦, ପୁରୀରୁ ୧୮୧, କେନ୍ଦ୍ରାପଡ଼ାରୁ ୧୭୮, ଜଗତସିଂହପୁରରୁ ୧୭୭, ଭଦ୍ରକରୁ ୧୭୬, ମୟୂରଭଂଜରୁ ୧୪୩ ଓ ନୟାଗଡ଼ରୁ ୧୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ମାଲକାନଗିରିରୁ ୯୮, ଅନୁଗୁଳ ଏବଂ କେନ୍ଦୁଝରରୁ ୯୪ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୬୭, ଢେଙ୍କାନାଳ ଏବଂ ରାୟଗଡ଼ାରୁ ୫୭ ଜଣ ଲେଖାଏଁ, କେରାପୁଟରୁ ୫୨, ବୌଦ୍ଧରୁ ୪୨, ବରଗଡ଼ରୁ ୨୯, ସମ୍ବଲପୁର ଏବଂ ସୁବର୍ଣ୍ଣପୁରରୁ ୨୬ ଜଣ ଲେଖାଏଁ, କନ୍ଧମାଳରୁ ୨୫, ବଲାଙ୍ଗୀର ଏବଂ ନବରଂଗପୁରରୁ ୨୧ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୧୧, ଗଜପତି ଏବଂ ଗଂଜାମରୁ ୯ ଜଣ ଲେଖାଏଁ, ନୂଆପଡ଼ାରୁ ୭, ଦେବଗଡ଼ରୁ ୫ ଜଣ ଏବଂ ରାଜ୍ୟପୁଲରୁ ୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର